ଚାଣକ୍ୟ ନୀତି ଅନୁସାରେ ଜୀବନରେ ଏହି ୪ଟି ଜିନିଷ ହୋଇଥାଏ ଅତ୍ୟନ୍ତ ମୂଲ୍ୟବାନ, ଏହାକୁ ଅନୁସରଣ କଲେ ଜୀବନରେ ଆସିଥାଏ ସୁଖ
Advertisement
trendingNow11188498

ଚାଣକ୍ୟ ନୀତି ଅନୁସାରେ ଜୀବନରେ ଏହି ୪ଟି ଜିନିଷ ହୋଇଥାଏ ଅତ୍ୟନ୍ତ ମୂଲ୍ୟବାନ, ଏହାକୁ ଅନୁସରଣ କଲେ ଜୀବନରେ ଆସିଥାଏ ସୁଖ

Chanakya Niti: ଆଚାର୍ଯ୍ୟ ଚାଣକ୍ୟ (Chanakya) ଙ୍କ ନୀତି ଆଜି ମଧ୍ୟ ଜୀବିତ ରହିଛି । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ସମ୍ବନ୍ଧିତ ରହିଛି । ତାଙ୍କର ଏହି ନୀତିକୁ ପାଳନ କରିବା ଦ୍ୱାରା ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନକୁ ସଫଳ କରିପାରିବେ । ଆଚାର୍ଯ୍ୟ ଚାଣକ୍ୟ କହିଥିବା ମୂଲ୍ୟବାନ ୪ଟି ନୀତିକୁ ଅନୁସରଣ କଲେ ଜଣେ ସାଧାରଣ ମଣିଷ

ଚାଣକ୍ୟ ନୀତି ଅନୁସାରେ ଜୀବନରେ ଏହି ୪ଟି ଜିନିଷ ହୋଇଥାଏ ଅତ୍ୟନ୍ତ ମୂଲ୍ୟବାନ, ଏହାକୁ ଅନୁସରଣ କଲେ ଜୀବନରେ ଆସିଥାଏ ସୁଖ

ନୂଆଦିଲ୍ଲୀ: Chanakya Niti: ଆଚାର୍ଯ୍ୟ ଚାଣକ୍ୟ (Chanakya) ଙ୍କ ନୀତି ଆଜି ମଧ୍ୟ ଜୀବିତ ରହିଛି । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ସମ୍ବନ୍ଧିତ ରହିଛି । ତାଙ୍କର ଏହି ନୀତିକୁ ପାଳନ କରିବା ଦ୍ୱାରା ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନକୁ ସଫଳ କରିପାରିବେ । ଆଚାର୍ଯ୍ୟ ଚାଣକ୍ୟ କହିଥିବା ମୂଲ୍ୟବାନ ୪ଟି ନୀତିକୁ ଅନୁସରଣ କଲେ ଜଣେ ସାଧାରଣ ମଣିଷ ଜୀବନରେ ସମସ୍ତ ସୁଖ ଭୋଗ କରିପାରିବ । ଯାହା ମଣିଷ ଜୀବନରେ ଜୀବନରେ ଗୁରୁତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ଚାଣକ୍ୟଙ୍କ ବାଣୀ ଅନୁସାରେ ଦୁନିଆରେ ସବୁଠୁ ମହତ୍ୱପୂର୍ଣ୍ଣ ୪ଟି ଜିନିଷ ରହିଛି । ଏହି ୪ଟିନୀତି ସହ ଦୁନିଆରେ ଅନ୍ୟସବୁ ଜିନିଷ ମୂଲ୍ୟହୀନ ଅଟେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ୪ଟି ନୀତି ଆପଣାଇ ଜଣେ ସାଧାରଣ ଲୋକ କିପରି ଜୀବନରେ ସମସ୍ତ ସୁଖ ଭୋଗ କରିପାରିବ । 

ଦାନ: ଏହି ଦୁନିଆରେ ଦାନକୁ ବଡ଼ କିଛି ଜିନିଷ ନାହିଁ ।  ଆଚାର୍ଯ୍ୟ ଚାଣକ୍ୟକଙ୍କ କହିବା ଅନୁଯାୟୀ ଭୋଜନ ଏବଂ ପାଣି ଦାନ ଏହି ପୃଥିବୀ ପୃଷ୍ଠରେ ସବୁଠାରୁ ମହାନ ଦାନ ଅଟେ ।  ଏହି ଦାନ ସହ  ଦୁନିଆରେ ଆଉ କିଛି ମୂଲ୍ୟବାନ ନାହିଁ ।  ଯେଉଁ ମନୁଷ୍ୟ ଭୋକିଲା ଲୋକଙ୍କୁ ଭୋଜନ ଏବଂ ପାଣି ଦାନ ଦେଇଥାଏ, ତାହାଠାରୁ ବଡ଼ ପୂଣ୍ୟ ଆତ୍ମା ଆଉ କେହି ନୁହେଁ ।

ଏକାଦଶୀ ବ୍ରତ: ଆଚାର୍ଯ୍ୟ ଚାଣକ୍ୟ ହିନ୍ଦୁ ପଞ୍ଚାଙ୍ଗର ଏକାଦଶୀ ତିଥିକୁ ସବୁଠାରୁ ପବିତ୍ର ତିଥି ଭାବେ କହିଛନ୍ତିଏ ।  ଏକାଦଶୀ ତିଥିରେ ପୂଜା-ବ୍ରତ ଏବଂ ଉପବାସ ରଖିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଅସୀମ କୃପା ଲାଭ ହୋଇଥାଏ । ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ ଅଟେ ।

ଗାୟତ୍ରୀ ମନ୍ତ୍ର: ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱରେ ସବୁଠୁ ଶକ୍ତିଶାଳୀ, ଗାୟତ୍ରୀ ମନ୍ତ୍ରକୁ କହିଛନ୍ତି ।  ମାଆ ଗାୟତ୍ରୀଙ୍କୁ ବେଦ ମାତା କୁହାଯାଇଥାଏ । ତାଙ୍କ ଠାରୁ ୪ଟି ବେଦର ଉତ୍ପତି ହୋଇଛି । 

ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିବ ଆଉ ଏକ ଶକ୍ତ ଧକ୍କା! ଦଳ ଛାଡ଼ିପାରନ୍ତି ଏହି ବଡ଼ ନେତା

ଏହା ବି ପଢ଼ନ୍ତୁ:-ଋଷର ଯୁଦ୍ଧ ଧମକକୁ ବେଖାତିର! ୭୦ ବର୍ଷୀୟ ପୁଟିନଙ୍କ ସହ ମୁକାବିଲା କରିବାକୁ ପ୍ରସ୍ତୁତ ଦୁନିଆର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ହାର୍ଦ୍ଦିକ

 

ମା' ଠାରୁ ବଡ଼ କେହି ନୁହେଁ: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମା' ଠାରୁ ବଳି ଏହି ଦୁନିଆରେ କେହିନାହିଁ । ମା' ଠୁ ବଳି କୌଣସି ଦେବତା ନୁହଁନ୍ତି । ନା କୌଣସି ତୀର୍ଥ ଏବଂ ନା କୌଣସି ଗୁରୁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ମଣିଷ ମା'ର ସେବା କରିଥାଏ ତାକୁ ଏଦି ଦୁନିଆରେ କୌଣସି ତୀର୍ଥର ଅବଶ୍ୟକତା ନାହିଁ ।  ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଏହି ୪ଟି ନୀତି ଉପରେ ଏକ ଶ୍ଲୋକ ଲେଖିଛନ୍ତି । 

ଚାଣକ୍ୟ ନୀତି ଶ୍ଲୋକ

"ନାତ୍ରୋଦକ ସମଂ ଦାନଂ ନ ତିଥି ଦ୍ରବାଦସୀ ସମା
ନ ଗାୟତ୍ରା:  ପରୋ ମନ୍ତ୍ର ନ ମାତୃଦେବତଂ ପରମ୍"

Trending news